ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ରାଜ୍ୟରେ କୋଭିଡ୍ ଲକ୍ ଡାଉନ୍ କାରଣରୁ ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି । କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା (ଜାଙ୍ଗିପୁର ଓ ସମସେରଗଂଜ) ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତୀ ମୁହୂର୍ତରେ ନିଷ୍ପତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନିର୍ବାଚନ କମିଶନ ଆଚରଣବିଧି ଉଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ମେ’୧୬ ତାରିଖରେ ପିପିଲି ଉପ-ନିର୍ବାଚନ ହେବାର ଥିଲା । ୧୯ ତାରିଖରେ ଭୋଟ ଗଣତି ହେବାର ଥିଲା । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଂଚାଇ ଦିଆଯାଇଛି ।

Spread the love