ପାଗଳ ପ୍ରେମିକଙ୍କୁ ଘରକୁ ଡାକି ନିର୍ଧୁମ ଛେଚିଲେ ମହିଳା

ବାରଙ୍ଗ: ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ସମସ୍ତଙ୍କୁ ଅଜଣା। ସେହିଭଳି ରଙ୍ଗ୍‌ ନମ୍ବରରରୁ ପ୍ରେମ କରି ବସିଥିଲେ ଜଣେ ଯୁବକ। ତାହା ପୁଣି ଏକ ତରଫା ପ୍ରେମ। ପରେ ପାଗଳ ପ୍ରେମିକଙ୍କୁ ଘରକୁ ଡାକି ନିର୍ଧୁମ ଛେଚିଲେ ମହିଳା। ଏଭଳି ଖବର ଘଟିଛି ଭୁବନେଶ୍ବରର ଚନ୍ଦ୍ରେଶଖରପୁର ଅଞ୍ଚଳରେ।

ସୂଚନାଯୋଗ୍ୟ, ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରରେ ପରିବାର ସହ ରହୁଥିଲେ ଜଣେ କର୍ମଜୀବୀ ମହିଳା। ଗତ ଦୁଇ ମାସ ତଳେ ତାଙ୍କ ମୋବାଇଲକୁ ଏକ ରଙ୍ଗ୍‌ ନଂରୁ କଲ୍‌ ଆସିଥିଲା। ହେଲେ ମହିଳା ଜଣକ ରଙ୍ଗ୍‌ ନଂ କହି କଲ୍‌ କାଟି ଦେଇଥିଲେ। ହେଲେ ଅପରିଚିତ ଯୁବକ ଜଣକ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର କଲ୍‌ କରୁଥିଲା। ମହିଳା ଜଣଙ୍କ ଏକ ତରଫା ପ୍ରେମ କରୁଥିବା ଯୁବକ ଜଣଙ୍କୁ ଯେତେ ବୁଝେଇଲେ ବି ସେ ବୁଝିବାକୁ ନାରାଜ ଥିଲ। ଏପରିକି ମହିଳାଙ୍କୁ ବାରମ୍ବାର ଘର ଠିକଣା ମାଗୁଥିଲା।

ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ଯୁବକ ଜଣଙ୍କୁ ଘର ଠିକଣା ଦେଇଥିଲେ। ଏହାପରେ ଆଜି (ସୋମବାର) ଅପରିଚିତ ଯୁବକ ଜଣକ ମହିଳା ଦେଇଥିବା ଠିକଣାରେ ରଙ୍ଗିଲା ବେଶଭୁଷାରେ ବାଇକ୍‌ ଯୋଗେ ଆସି ପହଁଞ୍ଚିିଥିଲେ। ଏହାପୂର୍ବରୁ ମହିଳା ଜଣଙ୍କ ତାଙ୍କ ଜଣେ ସହଯୋଗୀଙ୍କ ସହ ଜଗି ରହିଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ମହିଳା ଓ ତାଙ୍କ ସହଯୋଗୀ ଉକ୍ତ ଅପରିଚିତ ଯୁବକଙ୍କୁ ନିର୍ଧୁମ ପିଟିପିଟି ଦରମରା କରି ଦେଇଥିଲେ।

ଏନେଇ ସୂଚନା ପାଇଥିଲା ଚନ୍ଦ୍ରଶେଖରପୁର ପୁଲିସ। ପରେ ଘଟଣାସ୍ଥଳରେ ପହଞ୍ଚି ଆହାତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛ। ଆଇନକୁ ହାତକୁ ନେଇ ଏପରି ମାରପିଟ କରିଥିବାରୁ ଉକ୍ତ ମହିଳା ଏବଂ ତାଙ୍କ ସହଯୋଗୀଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।

Spread the love