ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର

ଭୁବନେଶ୍ୱର : ଓଡ଼ିଶାରୁ ଅକ୍ସିଜେନ ଯୋଗାଣର ଦ୍ଵିତୀୟ ପର୍ଯ୍ୟାୟ । ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଆଉ ୨ଟି ଟ୍ୟାଙ୍କର । ଯାଜପୁରର ଏକ ଶିଳ୍ପ ସଂସ୍ଥାରୁ ୨ଟି ସ୍ଥାନକୁ ଗଲା ଟ୍ୟାଙ୍କର । ଦୁଇଟି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଉଛି । ସେହିପରି ଗୁରୁବାର ଅନୁଗୁଳରୁ ବିଶାଖାପାଟଣାକୁ ଯାଇଥିଲା ପ୍ରଥମ ଅକ୍ସିଜେନ ଟ୍ୟାଙ୍କର।

ସୂଚନା ଯେ, ଶୁକ୍ରବାର ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ଦୁଇଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ଏକ ଡେଡିକେଟେଡ୍ କରିଡର ମଧ୍ୟରେ ପୋଲିସ୍ ପଠାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଛି । ଅକ୍ସିଜେନ୍ ପରିଚାଳନା ଓ ଅନ୍ୟ ରାଜ୍ୟକୁ ଯୋଗାଣ ନେଇ ନିକଟରେ ଦିଲ୍ଲୀ ହାଇକୋର୍ଟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏବେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଅକ୍ସିଜେନ୍ ପରିବହନ ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।

Spread the love