ରାଜ୍ୟରେ ହୁହୁ ହୋଇ ବଢୁଛି ମହାମାରୀ କରୋନା : ୫ ଜିଲ୍ଲା ଦାୟିତ୍ୱରେ ୧୭ ଓଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ହୁହୁ ହୋଇ ବଢୁଛି ମହାମାରୀ କରୋନା। ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କଲାଣି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ ।

ନୂଆପଡା ଜିଲ୍ଲା ଦାୟିତ୍ୱରେ ୫ ଓଏଏସ୍‌ ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ବିଭାଗ ଏମ୍‌ଡି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଡ.ଚିତ୍ରସେନ ପଶାୟତ, କେବିକେର ଯୁଗ୍ମ ପ୍ରଶାସକ ନୃପରାଜ ସାହୁ, ରାୟଗଡା ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂ ଓ କୋଟପାଡ଼ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ନୂଆପଡା ଜିଲ୍ଲାରେ କାମ କରିବେ ।ସେହିପରି ବଲାଙ୍ଗୀର ଜିଲ୍ଲା କୋଭିଡ୍‌ ପରିଚାଳନା ଦାୟିତ୍ୱରେ ମହିଳା ଓ ଶିଶୁବିକାଶ ବିଭାଗ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅନୁସୂଚିତ ଜାତି, ଜନଜାତି ବିଭାଗ ଉପସଚିବ ଡ. ଶ୍ୱେତକୁମାର ଦାସ ନିୟୋଜିତ ହେବେ । ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ଓ କେନ୍ଦ୍ରାପଡାର ଅତିରିକ୍ତ ପିଡି, ଡିଆରଡିଏ ମନ୍ଦରଧର ମହାଲିକ ଓ ସର୍ଭେ ଆଣ୍ଡ ମ୍ୟାପ୍‌ ପବ୍ଲିକେଶନ ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମାନସିଂହଙ୍କୁ ବରଗଡ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ବିଶିକେଶନ ଦେହୁରୀ, ଅନୁଗୁଳ ଉପଜିଲ୍ଲାପାଳ ବାଇତୁରା ଦୀପ୍‌ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ପରିଚାଳନା ଦାୟିତ୍ୱ ତୁଲାଇବେ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରା କାମ କରିବେ ।

Spread the love