ଅଲିମ୍ପିକ୍ସର ୬ଷ୍ଠ ଦିନରେ ପଦକ ଆଶା ବଢ଼ାଇଲେ ଷ୍ଟାର ଶଟଲର ପିଭି ସିଦ୍ଧୁ।

ଟୋକିଓ: ଭାରତ ପାଇଁ ଭଲ ଖବର। ପଦକ ଆଶା ବଢ଼ାଇଲେ ଷ୍ଟାର ଶଟଲର ପିଭି ସିଦ୍ଧୁ। ସେ ଅଲିମ୍ପିକ୍ସର ୬ଷ୍ଠ ଦିନରେ କରିଛନ୍ତି କମାଲ। ସେ ହଙ୍ଗକଙ୍ଗର ନଗାନ ୟି ଚେଉଙ୍ଗଙ୍କୁ ପରାସ୍ତ କରି ନକଆଉଟ୍‌ ଷ୍ଟେଜକୁ ପ୍ରେବଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଦ୍ବିତୀୟ ବିଜୟ ହାସଲ କରିବା ସହ ନକ୍‌ଆଉଟ୍‌ ଷ୍ଟେଜ୍‌ରେ ଏଣ୍ଟ୍ରି ମାରିଛନ୍ତି ପିଭି ସିଦ୍ଧୁ। ବୁଧବାର ଖେଳାଯାଇଥିବା ମ୍ୟାଚରେ ସେ ଚିୟୁଙ୍ଗଙ୍କୁ ୨୧-୯, ୨୧-୧୬ରେ ହରାଇ ଦମଦାର ବିଜୟ ହାସଲ କରିଛନ୍ତି।

ଗ୍ରୁପ୍‌ ଜେ’ରେ ପ୍ରଥମ ମ୍ୟାଚ ଜିତିବା ପରେ ପିଭି ସିନ୍ଧୁ ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ହଂକଙ୍ଗ୍‌ର ନଗାନ ୟି ଚେଉଙ୍ଗଙ୍କୁ ପରାସ୍ତ କରି ଏବେ ନକ୍‌ଆଉଟ୍‌ ଷ୍ଟେଜରେ ପ୍ରବେଶ କରିଛନ୍ତି।

Spread the love