ଅଲିମ୍ପିକରେ ହାରିବା ପରେ ବନ୍ଦନା କଟାରିୟାଙ୍କ ଘର ଲୋକଙ୍କୁ ପଡୋଶୀଙ୍କ ଗାଳି ଗୁଲଜ

ହରିଦ୍ବାର: ଟୋକିଓ ଅଲିମ୍ପିକର ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍‌କୁ ପରାଜୟର ସାମନା କରିବାକୁ ପଡିଥିଲା। ଏହି ପରାଜୟ ପରେ ଟିମ୍‌ର ଖେଳାଳି ବନ୍ଦନା କଟାରିୟାଙ୍କ ପରିବାର ଲୋକଙ୍କୁ ଜାତସୂଚକ ଗାଳି ଦିଆଯାଉଥିବାର ଜଣାପଡିଛି। ବନ୍ଦନାଙ୍କ ଭାଇ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ହରିଦ୍ବାର ଏସଏସପି କୃଷ୍ଣରାଜ ଏସ୍ କହିଛନ୍ତି, ବନ୍ଦନା କଟାରିୟାଙ୍କ ଭାଇଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଚି। ପୋଲିସ ଆଇପିସିର ଧାରା ୫୦୪ ଅନୁସାରେ, ଏସସି/ ଏସଟି ଆକ୍ଟର ଧାରା ୩ ଅନୁସାରେ ମାମଲା ରୁଜୁ କରିଛି।

କ୍ୱାର୍ଟର ଫାଇନାଲ୍‌ରେ ଜିତିବା ପରେ ଭାରତୀୟ ମହିଳା ହକି ଟିମ୍‌ ଇତିହାସ ରଚିଥିଲା, କିନ୍ତୁ ସେମିଫାଇନାଲରେ ଟିମ୍‌କୁ ଆର୍ଜେଣ୍ଟିନାଠାରୁ ପରାଜିତ ହେବାକୁ ପଡିଥିଲା। ଗତ ବୁଧବାର ହୋଇଥିବା ଏହି ମୁକାବିଲା ପରେ ଟିମ୍ ଇଣ୍ଡିଆ ନିରାଶ ହୋଇଥିଲା, କିନ୍ତୁ ମହିଳା ଟିମ୍‌ର ପ୍ରଦର୍ଶନକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ। ଏହା ଭିତରେ ଉତ୍ତରାଖଣ୍ଡରେ ବନ୍ଦନାଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେମିଫାଇନାଲରେ ହାରିବା ପରେ ତାଙ୍କ ପରିବାର ଲୋକଙ୍କୁ ଗାଳି-ଗୁଲଜ କରାଯାଉଛି। ଏହି ମାମଲାରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

Spread the love