ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ ହେଲେ ଓଲି

କାଠମାଣ୍ଡୁ : ନେପାଳ ସଂସଦରେ ଆସ୍ଥାଭୋଟରେ ପରାଜିତ ହୋଇଥିଲେ ମଧ୍ୟ କେ ପି ଶର୍ମା ଓଲିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରାଯାଇଛି। ସିପିଏନ-ୟୁଏମଏଲ ଅଧ୍ୟକ୍ଷ ୬୯ ବର୍ଷ ବୟସ୍କ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ। ପୂର୍ବରୁ ସୋମବାର ଦିନ ଓଲି ଆସ୍ଥା ଭୋଟରେ ହାରିଯାଇଥିଲେ। କିନ୍ତୁ ଦେଶର ବିରୋଧୀ ଦଳଗୁଡିକ ମଧ୍ୟରେ ଗୋଷ୍ଠୀ ବିବାଦ କାରଣରୁ ସେମାନେ ନୂଆ ସରକାର ଗଠନ କରିବାକୁ ଆବଶ୍ୟକ ସମର୍ଥନ ଜୁଟାଇ ପାରିନଥିଲେ। ଗୁରୁବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓଲିଙ୍କୁ ପୁନଃ ନିଯୁକ୍ତି ଦେବାପରେ ଆଜି ଶୁକ୍ରବାର ଦିନ ଓଲି ଶୀତଳ ନିବାସଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଜାରି ଏକ ବିବୃତିରେ କୁହାଯାଇଥିଲା ଯେ, ନେପାଳ ସମ୍ବିଧାନର ଧାରା ୭୮(୩) ଅନୁଯାୟୀ ରାଷ୍ଟ୍ରପତି ନେପାଳ ପ୍ରତିନିଧି ସଭାରେ ସର୍ବବୃହତ ରାଜନୈତିକ ଦଳ ଥିବା ସିପିଏନ-ୟୁଏମଏଲ ନେତା ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରିଛନ୍ତି। ଆଜି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ, ଓଲିଙ୍କୁ ଶପଥ ପାଠ କରାଇବେ ବୋଲି ଏଥିରେ କୁହାଯାଇଛି।

ସୂଚନା ଯେ, ଓଲି ଅନାସ୍ଥା ପ୍ରସ୍ତାବରେ ହାରିଯିବା ପରେ ରାଷ୍ଟ୍ରପତି ଭଣ୍ଡାରୀ ବିରୋଧୀ ଦଳକୁ ସରକାର ଗଠନ ଲାଗି ଗୁରୁବାର ରାତି ୯ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । କିନ୍ତୁ ନେପାଳ କଂଗ୍ରେସ ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟିର ବିରୋଧୀ ମେଣ୍ଟ ବହୁମତ ହାଲସ କରିବାରେ ବିଫଳ ରହିଥିଲା । ଲୋକସଭାରେ ଆସ୍ଥା ଭୋଟ୍ ପ୍ରମାଣ କରିବାରେ ଅଲି ବିଫଳ ହୋଇଥିଲେ । ଯାହା ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ବିରୋଧୀ ଦଳମାନଙ୍କୁ ଗୁରୁବାର ରାତି ୯ଟା ପର୍ଯ୍ୟନ୍ତ ସରକାର ଗଠନ କରିଥିଲେ । ବିରୋଧୀ ଦଳ ସମ୍ବିଧାନର ଧାରା ୭୬ (୨) ଅନୁଯାୟୀ ସରକାରୀ ଗଠନ ଦାବିରେ ଭାଗ ନେବାକୁ ବିଫଳ ହୋଇଥିବାରୁ ରାଷ୍ଟ୍ରପତି ଭଣ୍ଡାରୀ ଓଲି (୬୯) କୁ ଧାରା ୭୬ (୩) ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଓବାଙ୍କୁ ସିପିଏନ୍ ମାଓବାଦ ସଭାପତି ପୁଷ୍ପକମଲ ଡାହଲ ‘ପ୍ରଚାନ୍ଦ’ର ସମର୍ଥନ ଥିଲା । କିନ୍ତୁ ଜନତା ସମାଜବାଦି ପାର୍ଟି (ଜେଏସପି) ର ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲା । ଜେଏସପି ସଭାପତି ଉପେନ୍ଦ୍ର ଯାଦବ ଦେବୁବାଙ୍କୁ ସମର୍ଥନ ଜଣାଇଥିଲେ । କିନ୍ତୁ ଅନ୍ୟ ଦଳର ସଭାପତି ମହନ୍ତ ଠାକୁର ଏହି ଧାରଣାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Spread the love