ଜୁନ୍‌ ୧୭ରୁ ୨୪ ମଧ୍ୟରେ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ ଏଗ୍‌ଜାମିନେସନ (ଓଜେଇଇ) ପରୀକ୍ଷା ତାରିଖ ଘୋଷଣା । କରୋନା କଟକଣା ମଧ୍ୟରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ପରୀକ୍ଷା ହେବାକୁ ଯାଉଛି ।  ଆସନ୍ତା ଜୁନ୍ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ଏଥିପାଇଁ ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଜୁନ୍ ପ୍ରଥମ ସପ୍ତାହରୁ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଓଜେଇଇ ର ଅଫିସିଆଲ ୱେବସାଇଟ୍ ରେ ଉପଲବ୍ଧ ହେବ ବୋଲି ଓଜେଇଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Spread the love