ଓଜେଇଇ ପାଇଁ ଆବେଦନ ଅବଧି ଜୁନ୍ ୧୫କୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ଜଏଂଟ ଏଂଟ୍ରାନ୍ସ ଏକଜାମିନେସନ୍ (ଓଜେଇଇ) ପାଇଁ ଆବେଦନ ଅବଧି ଜୁନ୍ ୧୫ କୁ ବୃଦ୍ଧି କରାଯାଇଛି । ସେହିପରି ଫି ଦାଖଲର ଶେଷ ତାରିଖ ଜୁନ୍ ୧୭କୁ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବାରୁ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ଓଜେଇଇ ଆବେଦନ ଅବଧି ମଇ ୧୫ ଯାଏ ଥିଲା ଏବଂ ଜୁନ୍ ୧୭ରୁ ୨୪ ଯାଏଁ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଥିଲା ।

Spread the love