ଦେଶରେ ନୂଆ କରୋନା ମାମଲା ମଧ୍ୟରୁ ୧୦ ରାଜ୍ୟରୁ ଆସିଛି ୮୨%

  • ଭାରତରେ ମୋଟ ଟିକାକରଣ ୧୧ କୋଟିକୁ ଅତିକ୍ରମ କରିଛି

ନୂଆଦିଲ୍ଲୀ : ଟିକା ଉତ୍ସବର ଚତୁର୍ଥ ଦିବସରେ ଦେଶରେ ମୋଟ କୋଭିଡ-୧୯ ଟିକାକରଣ ୧୧ କୋଟି ଡୋଜକୁ ଅତିକ୍ରମ କରିଛି । ଆଜି ଓ ସକାଳ ୭ଟା ସୁଦ୍ଧା ୧୬,୫୩,୪୮୮ ସେସନରେ ୧୧,୧୧,୭୯,୫୭୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ; ୯୦,୪୮,୬୮୬ ଏଚସିଡବ୍ଲୁଙ୍କ ପ୍ରଥମ ଡୋଜ୍‌, ୫୫,୮୧,୦୭୨ ଏଚସିଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍‌, ୧,୦୧,୩୬,୪୩୦ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍‌, ୫୦,୧୦,୭୭୩ ଏଫଏଲଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍‌, ୬୦ ବର୍ଷ ବୟସରୁ ଅଧିକ ବୟସର ୪,୨୪,୬୬,୩୫୪୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୨୪,୬୭,୪୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ ବର୍ଷରୁ ୬୦ ବର୍ଷ ବୟସର ୩,୫୬,୫୦,୪୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୧୮,୩୩୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଦେଶରେ ହୋଇଥିବା ମୋଟ ଟିକାକରଣର ୬୦.୧୬% ଟିକା ଆଠଟି ରାଜ୍ୟରେ ଦିଆଯାଇଛି । ଗତ ୨୪ ଘଂଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୮୮ତମ ଦିବସ (୧୩ ଏପ୍ରିଲ ୨୦୨୧)ରେ ୨୬,୪୬,୫୨୮ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୪,୬୪୩ ସେସନରେ ୨୨,୫୮,୯୧୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୩,୮୭,୬୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । କୋଭିଡ ମହାମାରୀ ବିରୋଧରେ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଂଟ ହାସଲ କରିଛି । ଆଜି ଦେଶ ମୋଟ ୨୬ କୋଟି ନମୁନା ପରୀକ୍ଷା ଅତିକ୍ରମ କରିଛି । ନିର୍ଦ୍ଦିଷ୍ଟ ଭାବେ ୨୬,୦୬,୧୮,୮୬୬ ନମୁନା ପରୀକ୍ଷା ଶେଷ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୧୪,୧୧,୭୫୮ ନମୁନା ପରୀକ୍ଷା କରାଯାଇଛି । ଦେଶରେ ଏବେ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷାର କ୍ଷମତା ରହିଛି ।

ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ୧,୮୪,୩୭୨ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ଉତ ର ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି । ଚିହ୍ନଟ ହୋଇଥିବା ନୂଆ ମାମଲାର ୮୨.୦୪% ଆସିଛି ଉପରୋକ୍ତ ୧୦ଟି ରାଜ୍ୟରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୦,୨୧୨ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉ ତ ର ପ୍ରଦେଶରେ ୧୭,୯୬୩ ଏବଂ ଛତିଶଗଡ଼ରେ ୧୫,୧୨୧ ମାମଲା ଆସିଛି । ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧୩,୬୫,୭୦୪ରେ ପହଂଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୯.୮୪% । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୦୧,୦୦୬ ବୃଦ୍ଧି ହୋଇଛି । ମହାରାଷ୍ଟ୍ର, ଛତିଶଗଡ଼, ଉତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଂଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୬୮.୧୬% ମାମଲା ଅଛି । ଦେଶର ମୋଟ ସକ୍ରିୟ ମାମଲାର ୪୩.୪୫% ମାଲା କେବଳ ମହାରାଷ୍ଟ୍ରରେ ରହିଛି । ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୩,୩୬,୦୩୬ ହୋଇଛି । ଜାତୀୟ ସୁସ୍ଥତା ହାର ରହିଛି ୮୮.୯୨% । ଗତ ୨୪ ଘଂଟା ମଧ୍ୟରେ ୮୨,୩୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୦୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ନୂଆ ମୃତ୍ୟୁ ମଧ୍ୟରୁ ୮୬.୦୮% ମୃତ୍ୟୁ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୨୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ଛତିଶଗଡ଼ରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଗତ ୨୪ ଘଂଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା, ଲଦାଖ (କେନ୍ଦ୍ରଶାସିତ ଅଂଚଳ), ଦାମନ ଡ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

Spread the love