ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୫୪୧

ଭୁବନେଶ୍ୱର : ଆଜି ରାଜ୍ୟରୁ ୮୫୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୪୭୮୬୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୮୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୭୪୫ ଓ କଟକ ଜିଲ୍ଲାରୁ ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ପୁରୀ ଜିଲ୍ଲାରୁ ଆଜି ୫୩୦ ଜଣ, ଝାରସୁଗୁଡ଼ାରୁ ୪୩୯, ବରଗଡ଼ରୁ ୪୩୮, ସମ୍ବଲପୁରରୁ ୪୧୪, ନବରଂଗପୁରରୁ ୩୯୯, ଅନୁଗୁଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡ଼ାରୁ ୨୬୬, ମୟୂରଭଂଜରୁ ୨୪୭ ଓ ଗଂଜାମରୁ ୨୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରୁ ୧୯୩, ନୟାଗଡ଼ରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗୀରରୁ ୧୫୯, ରାୟଗଡ଼ାରୁ ୧୫୬, ବାଲେଶ୍ୱରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦, ସୁବର୍ଣ୍ଣପୁରରୁ ୧୦୩ ଜଣ, ଦେବଗଡ଼ରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡ଼ାରୁ ୭୦, କନ୍ଧମାଳ, ମାଲକାନଗିରିରୁ ୫୧ ଜଣ ଲେଖାଏଁ, ଢେଙ୍କାନାଳରୁ ୩୨ ଓ ରାଜ୍ୟପୁଲରୁ ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love