ରାଜ୍ୟରେ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହେଲେ ୧୦ହଜାର ୩୬ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହର ଆତଙ୍କ ଖେଲାଇଛି । ଦୈନିକ ସଂକ୍ରମଣ ୧୦ହଜ଼ାର ଉପରେ ରହୁଥିବା ବେଳେ ଏହାକୁ ତାଳ ଦେଇ ଚାଲିଛି ଦୈନିକ ସୁସ୍ଥଙ୍କ ସଂଖ୍ୟା। ଏହାରି ମଧ୍ୟରେ ବୁଧବାର କରୋନାରୁ ଆଉ ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୭୧ ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଂଜାମରୁ ୩୬୬, ନବରଂଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ଝାରସୁଗୁଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡ଼ରୁ ୨୪୫, ଢେଙ୍କାନାଳରୁ ୨୩୬, ବାଲେଶ୍ୱରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଂଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୁବର୍ଣ୍ଣପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଏବଂ ରାଜ୍ୟ ପୁଲରୁ ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love