ରାଜ୍ୟରେ ୨୪ ଘଂଟାରେ ୬୪୮୮ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ସୋମବାର ଦିନ ରେକର୍ଡ ସଂଖ୍ୟକ ୬୪୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୪୦୪୦୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୮୫ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୬, ନୂଆପଡ଼ାରୁ ୫୧୪, କଳାହାଣ୍ଡିରୁ ୩୫୮, କଟକରୁ ୩୩୬, ଯାଜପୁରରୁ ୩୨୦, ନବରଙ୍ଗପୁରରୁ ୨୯୪, ଝାରସୁଗୁଡ଼ାରୁ ୨୮୩, ବରଗଡ଼ରୁ ୨୮୨, ବଳାଙ୍ଗିରରୁ ୧୮୯, ପୁରୀରୁ ୧୭୯, ଗଂଜାମରୁ ୧୭୬, ସମ୍ବଲପୁରରୁ ୧୭୪, ମୟୁରଭଂଜରୁ ୧୫୮, କେନ୍ଦୁଝରରୁ ୧୫୦, ରାୟଗଡ଼ାରୁ ୧୦୯, ଗଜପତିରୁ ୯୩, ନୟାଗଡ଼ରୁ ୯୩, ଜଗତସିଂହପୁରରୁ ୮୧, ସୋନପୁରରୁ ୭୫, କୋରାପୁଟରୁ ୬୦, ବାଲେଶ୍ୱରରୁ ୫୩, ଅନୁଗୋଳରୁ ୫୨, କେନ୍ଦ୍ରାପଡ଼ାରୁ ୪୬, ଭଦ୍ରକରୁ ୪୧, ଢ଼େଙ୍କାନାଳରୁ ୩୪, ଦେବଗଡ଼ରୁ ୨୭, କନ୍ଧମାଳ ୨୬, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୪ ଏବଂ ଷ୍ଟେଟପୁଲରୁ ୨୬୪ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।

Spread the love