୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର :୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କର ଟିକାକରଣ ଆରମ୍ଭ ହେବ। ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ। ଏଥିଲାଗି କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟିକାକରଣ କରାଯିବ। ତେବେ ସହରାଞ୍ଚଳଗୁଡ଼ିକରେ ସପ୍ତାହନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ। ଓଡ଼ିଶାକୁ ଆଜି ୧ଲକ୍ଷ କୋଭିସିଲଡ ଟିକା ଅପରାହ୍ନରେ ପହଞ୍ଚିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Spread the love