ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍ ରହିଛି

ଭୁବନେଶ୍ୱର : ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍ ରହିଛି । ସେଥିରୁ ୧୭.୫୦% ବେଡ୍ ବ୍ୟବହାର ହୋଇଛି , ଅର୍ଥାତ୍ ସମୁଦାୟ ୧୫୭୬ ଜଣ ରୋଗୀ ଅଛନ୍ତି । ବର୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ୍ ରହିଛି । ଘରୋଇ ହସ୍ପିଟାଲରେ ୭୫୩ ଜଣ ଆକ୍ରାନ୍ତ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସେହିପରି ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ ରହିଥିବା ବେଳେ ଆକ୍ରାନ୍ତ ଅଛନ୍ତି ୩୨୦ । ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବା ବେଳେ ଆକ୍ରାନ୍ତ ଅଛନ୍ତି ୧୦୪ । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ ସଂଖ୍ୟା ୨୦୧୮ଟି ଥିବା ବେଳେ ୪୨୪ ଜଣ ଆକ୍ରାନ୍ତ ରହିଛନ୍ତି । ଯେତିକି ଆଇସିୟୁ ବେଡ ରହିଛି ତାହାର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି । ଘରୋଇ ହସ୍ପିଟାଲରେ ଭେଂଟିଲେଟର ରହିଛି ୬୦୩, ଆକ୍ରାନ୍ତ ଅଛନ୍ତି ୪୧ ଜଣ । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ଭେଂଟିଲେଟର ରହିଥିବା ବେଳେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ସମୁଦାୟ ଭେଂଟିଲେଟର ୭୮୨ ରହିଥିବା ବେଳେ ସେଥିରେ ରୋଗୀ ରହିଛନ୍ତି ୫୯ ଜଣ । ରାଜ୍ୟର ଭେଂଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Spread the love