ରାଜ୍ୟରେ ଆଉ ୮୨୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬୮୪ ଓ ସ୍ଥାନୀୟ ଅଞ୍ଚଳରୁ ୩୫୩୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୯ହଜାର ୭୫୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୯୪ଜଣ ଥିବାବେଳେ ବାଲେଶ୍ୱରରୁ ୩୦୨, ବରଗଡରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗୀରରୁ ୩୦୫, ବୌଦ୍ଧରୁ ୯୮, କଟକରୁ ୪୪୭, ଦେବଗଡରୁ ୯୮, ଢେଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଞ୍ଜାମରୁ ୬୯, ଜଗତସିଂପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡାରୁ ୩୧୬, କଳାହାଣ୍ଡିରୁ ୨୩୮, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୮୭, କେନ୍ଦୁଝରରୁ ୧୨୯, ଖୋର୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୂରଭ଼ଞ୍ଜରୁ ୧୯୦, ନବରଙ୍ଗପୁରରୁ ୩୧୯, ନୟାଗଡରୁ ୨୫୦, ନୂଆପଡାରୁ ୨୬୧, ପୁରୀରୁ ୪୦୨, ରାୟଗଡାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡରୁ ୬୩୬ ଏବଂ ରାଜ୍ୟ ପୁଲ୍‌ରୁ ୨୩୮ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୭୯,୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୦୪,୦୬୩ଜଣ ସୁସ୍ଥ ହୋଇଥିବା ବେଳେ ୭୩,୫୪୮ଜଣ ସକ୍ରିୟ ମାମଲା ରହିଛି ।

Spread the love