ରାଜ୍ୟରେ ଆଉ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୨,୨୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୯୧୪ ଓ ସ୍ଥାନୀୟ ଅଞ୍ଚଳରୁ ୫୩୨୪ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୨ହଜାର ୪୦୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୮୦ଜଣ ଥିବାବେଳେ ବାଲେଶ୍ୱରରୁ ୪୩୭ଜଣ, ବରଗଡ଼ରୁ ୪୭୫ଜଣ, ଭଦ୍ରକରୁ ୩୮୧ଜଣ, ବଲାଙ୍ଗୀରରୁ ୨୬୦ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୯୧୬ଜଣ, ଦେଓଗଡ଼ରୁ ୬୦ଜଣ, ଢେଙ୍କାନାଳରୁ ୧୪୨ଜଣ, ଗଜପତିରୁ ୯୧ଜଣ, ଗଞ୍ଜାମରୁ ୩୧୨ଜଣ, ଜଗତସିଂହପୁରରୁ ୧୬୮ଜଣ, ଯାଜପୁରରୁ ୩୧୮ଜଣ, ଝାରସୁଗୁଡ଼ାରୁ ୩୦୬ଜଣ, କଳାହାଣ୍ଡିରୁ ୫୮୦ଜଣ, କନ୍ଧମାଳରୁ ୬୯ଜଣ, କେନ୍ଦ୍ରାପଡ଼ାରୁ ୧୯୨ଜଣ, କେନ୍ଦୁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୮୨୮ଜଣ, କୋରାପୁଟରୁ ୧୩୦ଜଣ, ମାଲକାନଗିରିରୁ ୬୦ଜଣ, ମୟୁରଭଞ୍ଜରୁ ୨୫୭ଜଣ, ନବରଙ୍ଗପୁରରୁ ୨୮୨ଜଣ, ନୟାଗଡ଼ରୁ ୧୯୪ଜଣ, ନୂଆପଡ଼ାରୁ ୨୯୦ଜଣ, ପୁରୀରୁ ୩୬୯ଜଣ, ରାୟଗଡ଼ାରୁ ୨୦୧ଜଣ, ସମ୍ବଲପୁରରୁ ୫୪୪ଜଣ, ସୋନପୁରରୁ ୧୫୯ଜଣ, ସୁନ୍ଦରଗଡ଼ରୁ ୨୦୭୩ଜଣ ଏବଂ ରାଜ୍ୟ ପୁଲ୍‌ରୁ ୩୫୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୧୨,୪୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୧୨,୪୦୦ଜଣ ସୁସ୍ଥ ହୋଇଥିବା ବେଳେ ୮୬,୯୫୦ଜଣ ସକ୍ରିୟ ମାମଲା ରହିଛି ।

Spread the love