ରାଜ୍ୟରେ ଆଉ ୭,୦୦୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୭ହଜାର ୦୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ହଜାର ୯୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୦୮୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୧୩ହଜାର ୦୯୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୩୮ଜଣ ଥିବାବେଳେ ବାଲେଶ୍ୱରରୁ ୩୩୧ଜଣ, ବରଗଡ଼ରୁ ୧୧୭ଜଣ, ଭଦ୍ରକରୁ ୨୬୭ଜଣ, ବଲାଙ୍ଗୀରରୁ ୮୯ଜଣ, ବୌଦ୍ଧରୁ ୧୩୪ଜଣ, କଟକରୁ ୭୭୧ଜଣ, ଦେଓଗଡ଼ରୁ ୬୪ଜଣ, ଢେଙ୍କାନାଳରୁ ୧୦୬ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୭୪ଜଣ, ଜଗତସିଂହପୁରରୁ ୨୩୨ଜଣ, ଯାଜପୁରରୁ ୪୮୬ଜଣ, ଝାରସୁଗୁଡ଼ାରୁ ୯୭ଜଣ, କଳାହାଣ୍ଡିରୁ ୧୦୩ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୧୮୮ଜଣ, ଖୋର୍ଦ୍ଧାରୁ ୧୧୬୭ଜଣ, କୋରାପୁଟରୁ ୧୫୮ଜଣ, ମାଲକାନଗିରିରୁ ୯୫ଜଣ, ମୟୁରଭଞ୍ଜରୁ ୩୭୦ଜଣ, ନବରଙ୍ଗପୁରରୁ ୧୯୮ଜଣ, ନୟାଗଡ଼ରୁ ୧୯୬ଜଣ, ନୂଆପଡ଼ାରୁ ୨୮ଜଣ, ପୁରୀରୁ ୩୦୬ଜଣ, ରାୟଗଡ଼ାରୁ ୨୨୨ଜଣ, ସମ୍ବଲପୁରରୁ ୧୦୭ଜଣ, ସୋନପୁରରୁ ୫୯ଜଣ, ସୁନ୍ଦରଗଡ଼ରୁ ୨୪୩ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୦୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୧୩,୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୩୨,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୭୮ହଜାର ୦୩୧ଜଣ ସକ୍ରିୟ ମାମଲା ରହିଛି ।

Spread the love