ରାଜ୍ୟରେ ଆଉ ୭,୭୨୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୭ହଜାର ୭୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୩୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୮ହଜାର ୬୯୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୪୯ଜଣ ଥିବାବେଳେ ବାଲେଶ୍ୱରରୁ ୪୨୬ଜଣ, ବରଗଡ଼ରୁ ୧୮୯ଜଣ, ଭଦ୍ରକରୁ ୨୮୭ଜଣ, ବଲାଙ୍ଗୀରରୁ ୬୧ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୭୨୦ଜଣ, ଦେଓଗଡ଼ରୁ ୭୨ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୬୮ଜଣ, ଗଞ୍ଜାମରୁ ୧୫୩ଜଣ, ଜଗତସିଂହପୁରରୁ ୨୫୫ଜଣ, ଯାଜପୁରରୁ ୩୮୮ଜଣ, ଝାରସୁଗୁଡ଼ାରୁ ୭୧ଜଣ, କଳାହାଣ୍ଡିରୁ ୧୬୭ଜଣ, କନ୍ଧମାଳରୁ ୫୨ଜଣ, କେନ୍ଦ୍ରାପଡ଼ାରୁ ୨୨୩ଜଣ, ଖୋର୍ଦ୍ଧାରୁ ୧୦୬୨ଜଣ, କୋରାପୁଟରୁ ୧୮୫ଜଣ, ମାଲକାନଗିରିରୁ ୧୦୪ଜଣ, ମୟୁରଭଞ୍ଜରୁ ୪୪୨ଜଣ, ନବରଙ୍ଗପୁରରୁ ୨୧୯ଜଣ, ନୟାଗଡ଼ରୁ ୨୧୯ଜଣ, ନୂଆପଡ଼ାରୁ ୪୮ଜଣ, ପୁରୀରୁ ୩୩୩ଜଣ, ରାୟଗଡ଼ାରୁ ୩୧୦ଜଣ, ସମ୍ବଲପୁରରୁ ୧୬୧ଜଣ, ସୋନପୁରରୁ ୬୧ଜଣ, ସୁନ୍ଦରଗଡ଼ରୁ ୨୭୦ଜଣ ଏବଂ ରାଜ୍ୟ ପୁଲ୍‌ରୁ ୧୮୮ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୯୮,୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୧୩,୦୫୫ ଜଣ ସୁସ୍ଥ ହୋଇଥିବା ବେଳେ ୮୨ହଜାର ୬୭୯ଜଣ ସକ୍ରିୟ ମାମଲା ରହିଛି ।

Spread the love