ରାଜ୍ୟରେ ଆଉ ୮,୭୩୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮ହଜାର ୭୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୮୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୫୬ଜଣ ଥିବାବେଳେ ବାଲେଶ୍ୱରରୁ ୫୬୬ଜଣ, ବରଗଡ଼ରୁ ୧୯୩ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରରୁ ୪୯ଜଣ, ବୌଦ୍ଧରୁ ୧୩୭ଜଣ, କଟକରୁ ୬୭୩ଜଣ, ଦେଓଗଡ଼ରୁ ୬୩ଜଣ, ଢେଙ୍କାନାଳରୁ ୫୦୩ଜଣ, ଗଜପତିରୁ ୮୦ଜଣ, ଗଞ୍ଜାମରୁ ୧୫୬ଜଣ, ଜଗତସିଂହପୁରରୁ ୩୮୨ଜଣ, ଯାଜପୁରରୁ ୫୦୭ଜଣ, ଝାରସୁଗୁଡ଼ାରୁ ୧୫୭ଜଣ, କଳାହାଣ୍ଡିରୁ ୧୭୭ଜଣ, କନ୍ଧମାଳରୁ ୬୫ଜଣ, କେନ୍ଦ୍ରାପଡ଼ାରୁ ୩୮୭ଜଣ, କେନ୍ଦୁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୨୨୨ଜଣ, କୋରପୁଟରୁ ୨୫୫ଜଣ, ମାଲକାନଗିରିରୁ ୯୬ଜଣ, ମୟୁରଭଞ୍ଜରୁ ୩୪୨ଜଣ, ନବରଙ୍ଗପୁରରୁ ୨୬୪ଜଣ, ନୟାଗଡ଼ରୁ ୨୮୫ଜଣ, ନୂଆପଡ଼ାରୁ ୪୦ଜଣ, ପୁରୀରୁ ୪୬୭ଜଣ, ରାୟଗଡ଼ାରୁ ୯୦ଜଣ, ସମ୍ବଲପୁରରୁ ୧୭୭ଜଣ, ସୋନପୁରରୁ ୧୫୬ଜଣ, ସୁନ୍ଦରଗଡ଼ରୁ ୨୪୪ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୨୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୭୩,୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୮୦,୯୩୨ଜଣ ସୁସ୍ଥ ହୋଇଥିବା ବେଳେ ୮୯ହଜାର ୯୫୬ଜଣ ସକ୍ରିୟ ମାମଲା ରହିଛି ।

Spread the love