ରାଜ୍ୟରେ ଆଉ ୧୦,୩୨୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦ହଜାର ୩୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୫୪୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୩୩ହଜାର ୩୦୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୭୧ଜଣ ଥିବାବେଳେ ବାଲେଶ୍ୱରରୁ ୨୬୯ଜଣ, ବରଗଡ଼ରୁ ୩୨୦ଜଣ, ଭଦ୍ରକରୁ ୩୫୦ଜଣ, ବଲାଙ୍ଗୀରରୁ ୨୯୧ଜଣ, ବୌଦ୍ଧରୁ ୨୫୦ଜଣ, କଟକରୁ ୭୩୧ଜଣ, ଦେଓଗଡ଼ରୁ ୧୧୪ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୫୬ଜଣ, ଗଞ୍ଜାମରୁ ୨୦୩ଜଣ, ଜଗତସିଂହପୁରରୁ ୧୫୯ଜଣ, ଯାଜପୁରରୁ ୩୩୦ଜଣ, ଝାରସୁଗୁଡ଼ାରୁ ୩୧୨ଜଣ, କଳାହାଣ୍ଡିରୁ ୫୯୯ଜଣ, କନ୍ଧମାଳରୁ ୫୪ଜଣ, କେନ୍ଦ୍ରାପଡ଼ାରୁ ୧୬୨ଜଣ, କେନ୍ଦୁଝରରୁ ୨୦୪ଜଣ, ଖୋର୍ଦ୍ଧାରୁ ୧୫୬୬ଜଣ, କୋରାପୁଟରୁ ୩୩୮ଜଣ, ମାଲକାନଗିରିରୁ ୭୭ଜଣ, ମୟୁରଭଞ୍ଜରୁ ୪୫୮ଜଣ, ନବରଙ୍ଗପୁରରୁ ୩୩୪ଜଣ, ନୟାଗଡ଼ରୁ ୨୭୩ଜଣ, ନୂଆପଡ଼ାରୁ ୧୪୫ଜଣ, ପୁରୀରୁ ୪୭୨ଜଣ, ରାୟଗଡ଼ାରୁ ୧୬୩ଜଣ, ସମ୍ବଲପୁରରୁ ୪୦୫ଜଣ, ସୋନପୁରରୁ ୭୩ଜଣ, ସୁନ୍ଦରଗଡ଼ରୁ ୮୧୯ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୪୬ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୩୩,୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୨୬,୩୫୩ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୪ହଜାର ୫୩୯ଜଣ ସକ୍ରିୟ ମାମଲା ରହିଛି ।

Spread the love