ରାଜ୍ୟରେ ଆଉ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଥିବା ବେଳେ ଆଜି ଏହା ୪ ଶହ ମୁହାଁ ହୋଇଛି। ଏହାରି ମଧ୍ୟରେ ଗୁରୁବାର ୨୫ ଜିଲା ଓ ରାଜ୍ୟ ପୁଲ୍‌ରୁ ୨୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୩୧ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୩୧୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୪ଜଣ ଥିବାବେଳେ ବାଲେଶ୍ୱର ଜିଲାରୁ ୫ଜଣ, ବରଗଡ଼ ଜିଲାରୁ ୩୪ଜଣ, ଭଦ୍ରକ ଜିଲାରୁ ୪ଜଣ, ବଲାଙ୍ଗୀର ଜିଲାରୁ ୧୦ଜଣ, କଟକ ଜିଲାରୁ ୨୭ଜଣ, ଢେଙ୍କାନାଳ ଜିଲାରୁ ୪ଜଣ, ଗଞ୍ଜାମ ଜିଲାରୁ ୭ଜଣ, ଜଗତସିଂହପୁର ଜିଲାରୁ ୨ଜଣ, ଯାଜପୁର ଜିଲାରୁ ୭ଜଣ, ଝାରସୁଗୁଡ଼ା ଜିଲାରୁ ୬ଜଣ, କଳାହାଣ୍ଡି ଜିଲାରୁ ୪୩ଜଣ, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ, କେନ୍ଦୁଝର ଜିଲାରୁ ୩ଜଣ, ଖୋର୍ଦ୍ଧା ଜିଲାରୁ ୭୦ଜଣ, କୋରାପୁଟ ଜିଲାରୁ ୪ଜଣ, ମୟୁରଭଞ୍ଜ ଜିଲାରୁ ୧୯ଜଣ, ନବରଙ୍ଗପୁର ଜିଲାରୁ ୩ଜଣ, ନୟାଗଡ଼ ଜିଲାରୁ ଜଣେ, ନୂଆପଡ଼ା ଜିଲାରୁ ୪୦ଜଣ, ପୁରୀ ଜିଲାରୁ ୧୨ଜଣ, ରାୟଗଡ଼ ଜିଲାରୁ ୩ଜଣ, ସମ୍ବଲପୁର ଜିଲାରୁ ୧୪ଜଣ, ସୋନପୁର ଜିଲାରୁ ୪ଜଣ, ସୁନ୍ଦରଗଡ଼ ଜିଲାରୁ ୩୧ଜଣ ଏବଂ ରାଜ୍ୟ ପୁଲ୍‌ରୁ ୧୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୧,୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୨୪୬ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୭,୦୯୧ଜଣ ସୁସ୍ଥ ହୋଇଛନ୍ତି ।

Spread the love