ରାଜ୍ୟରେ ଆଉ ୬୧୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୧୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୫୭୦ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭ହଜାର ୪୫୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୫୧ଜଣ ଥିବାବେଳେ ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨ଜଣ, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରରୁ ୧୮୯ଜଣ, ବୌଦ୍ଧରୁ ୩୨ଜଣ, କଟକରୁ ୩୪୩ଜଣ, ଦେଓଗଡ଼ରୁ ୩୯ଜଣ, ଢେଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଗଞ୍ଜାମରୁ ୧୩୪ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡ଼ାରୁ ୨୫୪ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୧୧୮ଜଣ, ଖୋର୍ଦ୍ଧାରୁ ୮୭୫ଜଣ, କୋରାପୁଟରୁ ୭୧ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡ଼ରୁ ୯୯ଜଣ, ନୂଆପଡ଼ାରୁ ୪୩୦ଜଣ, ପୁରୀରୁ ୧୮୦ଜଣ, ରାୟଗଡ଼ାରୁ ୧୦୪ଜଣ, ସମ୍ବଲପୁରରୁ ୨୮୦ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡ଼ରୁ ୭୮୫ଜଣ ଏବଂ ରାଜ୍ୟ ପୁଲ୍‌ରୁ ୧୭୯ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୦୭,୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୫୯,୪୬୭ଜଣ ସୁସ୍ଥ ହୋଇଥିବା ବେଳେ ୪୫,୯୪୯ ଜଣ ସକ୍ରିୟ ମାମଲା ରହିଛି ।

Spread the love