ରାଜ୍ୟରେ ଆଉ ୬୨୧୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧୧ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୪ହଜାର ୬୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୭୩ଜଣ ଥିବାବେଳେ ବାଲେଶ୍ୱରରୁ ୭୯, ବରଗଡରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗୀରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୧, କେନ୍ଦୁଝରରୁ ୧୫୭, ଖୋର୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡରୁ ୮୨, ନୂଆପଡାରୁ ୪୪୬, ପୁରୀରୁ ୩୦୬, ରାୟଗଡାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫ ଓ ସୁନ୍ଦରଗଡରୁ ୬୮୪ ଏବଂ ରାଜ୍ୟ ପୁଲ୍‌ରୁ ୧୯୩ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୯୪,୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯,୧୧୭ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୫୩,୫୫୧ଜଣ ସୁସ୍ଥ ହୋଇଛନ୍ତି ।

Spread the love