ରାଜ୍ୟରେ ଆଉ ୮୯୧୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦୮୧ ଓ ସ୍ଥାନୀୟ ଅଞ୍ଚଳରୁ ୩୮୩୩ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୧ହଜାର ୫୩୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୩୧ଜଣ ଥିବାବେଳେ ବାଲେଶ୍ୱରରୁ ୧୭୯, ବରଗଡରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୧୬୫, ଗଞ୍ଜାମରୁ ୨୬୨, ଜଗତସିଂପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, ଖୋର୍ଧାରୁ ୧୨୫୮, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭ଼ଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ ଏବଂ ରାଜ୍ୟ ପୁଲ୍‌ରୁ ୨୫୫ଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୭୧,୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୯୭,୫୭୫ଜଣ ସୁସ୍ଥ ହୋଇଥିବା ବେଳେ ୭୧,୮୩୫ ଜଣ ସକ୍ରିୟ ମାମଲା ରହିଛି ।

Spread the love