ରାଜ୍ୟରେ ଆଉ ୮୦୧୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮୦୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫୬୮ ଓ ସ୍ଥାନୀୟ ଅଞ୍ଚଳରୁ ୩୪୪୭ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୨୫ଜଣ ଥିବାବେଳେ ବାଲେଶ୍ୱରରୁ ୧୦୦ଜଣ, ବରଗଡ଼ରୁ ୩୯୦ଜଣ, ଭଦ୍ରକରୁ ୧୪୫ଜଣ, ବଲାଙ୍ଗୀରରୁ ୧୯୮ଜଣ, ବୌଦ୍ଧରୁ ୧୦୩ଜଣ, କଟକରୁ ୪୮୨ଜଣ, ଦେଓଗଡ଼ରୁ ୧୦୧ଜଣ, ଢେଙ୍କାନାଳରୁ ୮୬ଜଣ, ଗଜପତିରୁ ୧୨୦ଜଣ, ଗଞ୍ଜାମରୁ ୧୬୯ଜଣ, ଜଗତସିଂହପୁରରୁ ୧୪୯ଜଣ, ଯାଜପୁରରୁ ୧୯୪ଜଣ, ଝାରସୁଗୁଡ଼ାରୁ ୩୮୬ଜଣ, କଳାହାଣ୍ଡିରୁ ୧୭୪ଜଣ, କନ୍ଧମାଳରୁ ୬୧ଜଣ, କେନ୍ଦ୍ରାପଡ଼ାରୁ ୭୦ଜଣ, କେନ୍ଦୁଝରରୁ ୭୫ଜଣ, ଖୋର୍ଦ୍ଧାରୁ ୧୨୭୫ଜଣ, କୋରାପୁଟରୁ ୧୨୭ଜଣ, ମାଲକାନଗିରିରୁ ୩୬ଜଣ, ମୟୁରଭଞ୍ଜରୁ ୧୯୯ଜଣ,ନବରଙ୍ଗପୁରରୁ ୩୨୦ଜଣ, ନୟାଗଡ଼ରୁ ୧୮୭ଜଣ, ନୂଆପଡ଼ାରୁ ୧୬୪ଜଣ, ପୁରୀରୁ ୩୦୬ଜଣ, ରାୟଗଡ଼ାରୁ ୧୫୪ଜଣ, ସମ୍ବଲପୁରରୁ ୪୪୧ଜଣ, ସୋନପୁରରୁ ୨୦୭ଜଣ, ସୁନ୍ଦରଗଡ଼ରୁ ୭୩୫ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୩୬ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୬୨,୬୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୯୧,୦୪୮ଜଣ ସୁସ୍ଥ ହୋଇଥିବା ବେଳେ ୫୭,୭୧୦ ଜଣ ସକ୍ରିୟ ମାମଲା ରହିଛି ।

Spread the love