ରାଜ୍ୟରେ ଆଉ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୦୫୪ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪୪ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୩୫ହଜାର ୫୧୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୨୫ଜଣ ଥିବାବେଳେ ବାଲେଶ୍ୱରରୁ ୯୭ଜଣ, ବରଗଡ଼ରୁ ୩୩୦ଜଣ, ଭଦ୍ରକରୁ ୯୧ଜଣ, ବଲାଙ୍ଗୀରରୁ ୨୩୬ଜଣ, ବୌଦ୍ଧରୁ ୬୫ଜଣ, କଟକରୁ ୫୧୭ଜଣ, ଦେଓଗଡ଼ରୁ ୭୪ଜଣ, ଢେଙ୍କାନାଳରୁ ୨୨ଜଣ, ଗଜପତିରୁ ୧୨୧ଜଣ, ଗଞ୍ଜାମରୁ ୧୨୮ଜଣ, ଜଗତସିଂହପୁରରୁ ୧୦୪ଜଣ, ଯାଜପୁରରୁ ୨୨୬ଜଣ, ଝାରସୁଗୁଡ଼ାରୁ ୩୯୬ଜଣ, କଳାହାଣ୍ଡିରୁ ୨୯୨ଜଣ, କନ୍ଧମାଳରୁ ୪୫ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, କେନ୍ଦୁଝରରୁ ୧୬୦ଜଣ, ଖୋର୍ଦ୍ଧାରୁ ୯୧୯ଜଣ, କୋରାପୁଟରୁ ୫୭ଜଣ, ମାଲକାନଗିରିରୁ ୩୦ଜଣ, ମୟୁରଭଞ୍ଜରୁ ୩୦୮ଜଣ, ନବରଙ୍ଗପୁରରୁ ୨୫୫ଜଣ, ନୟାଗଡ଼ରୁ ୧୨୧ଜଣ, ନୂଆପଡ଼ାରୁ ୪୨୦ଜଣ, ପୁରୀରୁ ୨୮୮ଜଣ, ରାୟଗଡ଼ାରୁ ୧୮୧ଜଣ, ସମ୍ବଲପୁରରୁ ୩୨୩ଜଣ, ସୋନପୁରରୁ ୧୩୧ଜଣ, ସୁନ୍ଦରଗଡ଼ରୁ ୪୭୪ଜଣ ଏବଂ ରାଜ୍ୟ ପୁଲ୍‌ରୁ ୧୮୫ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୩୫,୫୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୭୫,୭୨୧ଜଣ ସୁସ୍ଥ ହୋଇଥିବା ବେଳେ ୫୭,୭୧୦ ଜଣ ସକ୍ରିୟ ମାମଲା ରହିଛି ।

Spread the love