ରାଜ୍ୟରେ ଆଉ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୭୮୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୦୫ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୮ହଜାର ୫୧୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୪୭ଜଣ ଥିବାବେଳେ ବାଲେଶ୍ୱରରୁ ୨୦୨ଜଣ, ବରଗଡ଼ରୁ ୨୫୭ଜଣ, ଭଦ୍ରକରୁ ୬୭ଜଣ, ବଲାଙ୍ଗୀରରୁ ୩୫୮ଜଣ, ବୌଦ୍ଧରୁ ୮୩ଜଣ, କଟକରୁ ୪୯୬ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୨୧ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂହପୁରରୁ ୧୨୯ଜଣ, ଯାଜପୁରରୁ ୨୭୦ଜଣ, ଝାରସୁଗୁଡ଼ାରୁ ୪୩୩ଜଣ, କଳାହାଣ୍ଡିରୁ ୧୨୬ଜଣ, କନ୍ଧମାଳରୁ ୫୩ଜଣ, କେନ୍ଦ୍ରାପଡ଼ାରୁ ୪୯ଜଣ, କେନ୍ଦୁଝରରୁ ୧୭୫ଜଣ, ଖୋର୍ଦ୍ଧାରୁ ୧୮୪୦ଜଣ, କୋରାପୁଟରୁ ୬୯ଜଣ, ମାଲକାନଗିରିରୁ ୨୪ଜଣ, ମୟୁରଭଞ୍ଜରୁ ୨୮୯ଜଣ, ନବରଙ୍ଗପୁରରୁ ୩୮୮ଜଣ, ନୟାଗଡ଼ରୁ ୧୨୨ଜଣ, ନୂଆପଡ଼ାରୁ ୨୩୩ଜଣ, ପୁରୀରୁ ୨୫୯ଜଣ, ରାୟଗଡ଼ାରୁ ୭୫ଜଣ, ସମ୍ବଲପୁରରୁ ୩୦୭ଜଣ, ସୋନପୁରରୁ ୬୭ଜଣ, ସୁନ୍ଦରଗଡ଼ରୁ ୯୩୩ଜଣ ଏବଂ ରାଜ୍ୟ ପୁଲ୍‌ରୁ ୩୪୮ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୨୮,୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୭୧,୧୨୦୦ଜଣ ସୁସ୍ଥ ହୋଇଥିବା ବେଳେ ୫୫,୨୪୫ ଜଣ ସକ୍ରିୟ ମାମଲା ରହିଛି ।

Spread the love