ରାଜ୍ୟରେ ଆଉ ୧୩୭୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶନିବାର ୨୯ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୫ହଜାର ୫୫୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୩ଜଣ ଥିବାବେଳେ ବାଲେଶ୍ୱରରୁ ୧୭ଜଣ, ବରଗଡ଼ରୁ ୫୯ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗୀରରୁ ୧୨ଜଣ, ବୌଦ୍ଧରୁ ୨ଜଣ, କଟକରୁ ୫୧ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୨୦ଜଣ, ଜଗତସିଂହପୁରରୁ ୯ଜଣ, ଯାଜପୁରରୁ ୨୫ଜଣ, ଝାରସୁଗୁଡ଼ାରୁ ୫୨ଜଣ, କଳାହାଣ୍ଡିରୁ ୪୫ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୨୪ଜଣ, ଖୋର୍ଦ୍ଧାରୁ ୧୯୩ଜଣ, କୋରାପୁଟରୁ ୮ଜଣ, ମୟୁରଭଞ୍ଜରୁ ୨୬ଜଣ, ନବରଙ୍ଗପୁରରୁ ୨୦ଜଣ, ନୟାଗଡ଼ରୁ ୧୩ଜଣ, ନୂଆପଡ଼ାରୁ ୧୩୫ଜଣ, ପୁରୀରୁ ୪୪ଜଣ, ରାୟଗଡ଼ାରୁ ୪୭ଜଣ, ସମ୍ବଲପୁରରୁ ୭୭ଜଣ, ସୋନପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୩୫୫ଜଣ ଓ ରାଜ୍ୟ ପୁଲ୍‌ରୁ ୪୫ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୮,୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୦୦୩ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୯,୨୦୦ଜଣ ସୁସ୍ଥ ହୋଇଛନ୍ତି ।

Spread the love