ରାଜ୍ୟରେ ଆଉ ୭୯୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ବୁଧବାର ୨୯ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୭୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫୯ ଓ ସ୍ଥାନୀୟ ଅଞ୍ଚଳରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୭ଜଣ ଥିବାବେଳେ ବାଲେଶ୍ୱର ଜିଲାରୁ ୬ଜଣ, ବରଗଡ଼ରୁ ୪୮ଜଣ, ଭଦ୍ରକରୁ ୧୦ଜଣ, ବଲାଙ୍ଗୀରରୁ ୧୪ଜଣ, ବୌଦ୍ଧରୁ ୨ଜଣ, କଟକରୁ ୪୬ଜଣ, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୩ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୯ଜଣ, ଯାଜପୁରରୁ ୧୬ଜଣ, ଝାରସୁଗୁଡ଼ାରୁ ୩୧ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୩୯ଜଣ, ଖୋର୍ଦ୍ଧାରୁ ୧୧୮ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୪ଜଣ, ନବରଙ୍ଗପୁରରୁ ୨୩ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ୩୧ଜଣ, ପୁରୀରୁ ୪୩ଜଣ, ରାୟଗଡ଼ାରୁ ୧୪ଜଣ, ସମ୍ବଲପୁରରୁ ୪୫ଜଣ, ସୋନପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୧୪୭ଜଣ ଓ ରାଜ୍ୟ ପୁଲ୍‌ରୁ ୨୭ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୪,୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୫୫ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୮,୪୧୬ଜଣ ସୁସ୍ଥ ହୋଇଛନ୍ତି ।

Spread the love