ରାଜ୍ୟରେ ୨୪ ଘଂଟାରେ ସୁସ୍ଥ ହେଲେ ୪୬୭୯

ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪୬୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୮୦୪୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୭୩ଜଣ, ନୂଆପଡ଼ାରୁ ୪୨୬ଜଣ, ଝାରସୁଗୁଡ଼ାରୁ ୩୦୩ଜଣ, ବଲାଙ୍ଗୀରରୁ ୨୨୯ଜଣ, ପୁରୀରୁ ୨୨୪ଜଣ, ବରଗଡ଼ରୁ ୧୯୪ଜଣ, ସମ୍ବଲପୁରରୁ ୧୮୨ଜଣ, କଟକରୁ ୧୭୦ଜଣ, କଳାହାଣ୍ଡିରୁ ୧୬୬ଜଣ, ଗଞ୍ଜାମରୁ ୧୫୪ଜଣ,ବାଲେଶ୍ୱରରୁ ୧୨୩ଜଣ,ରାୟଗଡ଼ାରୁ ୧୦୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମୟୁରଭଞ୍ଜରୁ ୭୭ଜଣ, ନୟାଗଡରୁ ୬୯ଜଣ, ଯାଜପୁରରୁ ୬୪ଜଣ, ଭଦ୍ରକରୁ ୬୩ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, ସୁବର୍ଣ୍ଣପୁରରୁ ୫୫ଜଣ, କେନ୍ଦୁଝରରୁ ୫୩ଜଣ, କୋରାପୁଟରୁ ୫୩ଜଣ, ଅନୁଗୁଳରୁ ୪୮ଜଣ, ଜଗତସିଂହପୁରରୁ ୪୫ଜଣ, ଗଜପତିରୁ ୪୧ଜଣ, ଦେବଗଡ଼ରୁ ୩୬ଜଣ,ଢ଼େଙ୍କାନାଳରୁ ୩୩ଜଣ, କନ୍ଧମାଳରୁ ୧୮ଜଣ,ମାଲକାନଗିରିରୁ ୧୫ଜଣ,ନବରଙ୍ଗପୁରରୁ୧୩ଜଣ, ବୌଦ୍ଧରୁ ୧୧ଜଣ ଓ ଷ୍ଟେଟପୁଲରୁ ୧୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love