ରାଜ୍ୟରେ ଆଉ ୪୮୫୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୪୮୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୧୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୭ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮୨ହଜାର ୩୧୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୧ଜଣ ଥିବାବେଳେ ବାଲେଶ୍ୱରରୁ ୫୨ଜଣ, ବରଗଡ଼ରୁ ୩୧୮ଜଣ, ଭଦ୍ରକରୁ ୭୩ଜଣ, ବଲାଙ୍ଗୀରରୁ ୨୨୭ଜଣ, ବୌଦ୍ଧରୁ ୨୨ଜଣ, କଟକରୁ ୩୦୪ଜଣ, ଦେଓଗଡ଼ରୁ ୩୫ଜଣ, ଢେଙ୍କାନାଳରୁ ୩୧ଜଣ, ଗଜପତିରୁ ୩୫ଜଣ, ଗଞ୍ଜାମରୁ ୧୫୧ଜଣ, ଜଗତସିଂହପୁରରୁ ୩୯ଜଣ, ଯାଜପୁରରୁ ୬୪ଜଣ, ଝାରସୁଗୁଡ଼ାରୁ ୨୯୦ଜଣ, କଳାହାଣ୍ଡିରୁ ୭୯ଜଣ, କନ୍ଧମାଳରୁ ୨୭ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, କେନ୍ଦୁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୭୦୩ଜଣ, କୋରାପୁଟରୁ ୬୨ଜଣ, ମାଲକାନଗିରିରୁ ୩୧ଜଣ, ମୟୁରଭଞ୍ଜରୁ ୭୮ଜଣ, ନବରଙ୍ଗପୁରରୁ ୧୯୪ଜଣ, ନୟାଗଡ଼ରୁ ୬୬ଜଣ, ନୂଆପଡ଼ାରୁ ୪୮୬ଜଣ, ପୁରୀରୁ ୨୨୩ଜଣ, ରାୟଗଡ଼ାରୁ ୮୫ଜଣ, ସମ୍ବଲପୁରରୁ ୧୭୧ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୫୧୬ଜଣ ଏବଂ ରାଜ୍ୟ ପୁଲ୍‌ରୁ ୧୪୫ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୮୨,୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦,୯୨୭ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୪୯,୩୭୭ଜଣ ସୁସ୍ଥ ହୋଇଛନ୍ତି ।

Spread the love