ଅପ୍ରେଲ ୧ ରୁ ସାଧାରଣ ଲୋକଙ୍କ ବଜେଟ୍ ଉପରେ ବଢିବାକୁ ଯାଉଛି ବୋଝ

  • କ୍ଷୀର, ଏୟାର କଣ୍ଡିସନର, ଫ୍ୟାନ୍, ଟିଭି, ସ୍ମାର୍ଟଫୋନ୍‌ର ଦାମ ବଢିବାକୁ ଯାଉଛି

ନୂଆଦିଲ୍ଲୀ : ସପ୍ତାହ ପରେ ଆମେ ଏହି ବର୍ଷ ନୂଆ ମାସ ଅପ୍ରେଲରେ ପ୍ରବେଶ କରିବୁ। ୧ ଅପ୍ରେଲରୁ ସାଧାରଣ ଲୋକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ମଧ୍ୟ ନେଇକି ଆସିବ। ଏବେ ସାଧାରଣ ଲୋକଙ୍କ ବଜେଟ୍ ଉପରେ ବଢିବାକୁ ଯାଉଛି ବୋଝ। ଗୋଟିଏ ପଟେ ପେଟ୍ରୋଲ-ଡିଜେଲର ଦର ବଢିଥିବା ବେଳେ ଆଗକୁ ଆହୁରି କିଛି ଜିନିଷର ଦରଦାମ୍ ବଢିବାକୁ ଯାଉଛି। କ୍ଷୀର, ଏୟାର କଣ୍ଡିସନର, ଫ୍ୟାନ୍, ଟିଭି, ସ୍ମାର୍ଟଫୋନ୍‌ର ଦାମ ବଢିବାକୁ ଯାଉଛି। ବିମାନ ଯାତ୍ରାରୁ ନେଇ ଟୋଲ୍ ଟ୍ୟାକ୍ସ ଓ ବିଜୁଳି ପାଇଁ ଅଧିକ ଟଙ୍କା ଦେବାକୁ ପଡିବ।

ଅପ୍ରେଲ ଆରମ୍ଭରୁ କ୍ଷୀରର ଦାମ ବଢାଇବା ନେଇ ବେପାରୀମାନେ ନିଷ୍ପତ୍ତି ନେଇଛନ୍ତି। କୃଷକମାନେ କ୍ଷୀର ଦାମ୍ ଲିଟରକୁ ୫୫ ଟଙ୍କା କରାଯିବ ନେଇ କହିଥିଲେ। କିନ୍ତୁ ବେପାରୀମାନେ କହିଛନ୍ତି, କ୍ଷୀର ଦାମ୍ ୩ଟଙ୍କା ବଢିବ। ୧ ତାରିଖରୁ ଆପଣଙ୍କୁ କ୍ଷୀର ଲିଟରକୁ ୪୯ ଟଙ୍କାରେ ମିଳିବ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଯାତ୍ରା କରିବା ଖୁବ୍ ମହଙ୍ଗା ହେବ। ଉତ୍ତର ପ୍ରଦେଶର ଏକ୍ସପ୍ରେସ ଓ୍ବେ ଔଦଗିକ ବିକାଶ ପ୍ରାଧିକରଣ ବୋର୍ଡ ୨୦୨୧-୨୨ ପାଇଁ ନୂଆ ଦର ଲାଗୁ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି। ଅତି କମରେ ୫ ଟଙ୍କା ଓ ଅଧିକରୁ ଅଧିକ ୨୫ ଟଙ୍କା ବଢିଛି। ନୂଆ ରେଟ୍‌ରେ ୧ ଅପ୍ରେଲରୁ ଲାଗୁ ହେବ।

ବିହାରର ଲୋକଙ୍କୁ ୧ ଅପ୍ରେଲରୁ ବିଜୁଳି ବିଭାଗ ଝଟକା ଦେବାର ପ୍ରସ୍ତୁତି କରୁଛି। ବିହାରବାସୀଙ୍କୁ ଆଗାମୀ ମାସରୁ ବିଜୁଳି ପାଇଁ ଅଧିକ ଟଙ୍କା ଦେବାକୁ ପଡିପାରେ। ବିଜୁଳି ବିଭାଗର କହିବା ଅନୁସାରେ, ସାଉଥ୍ ଓ ନର୍ଥ ବିହାର ପାଓ୍ବାର ଡିଷ୍ଟ୍ରିବ୍ୟୁସନ୍ କମ୍ପନୀ ବିଜୁଳି ଦରରେ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ଯଦି ବିହାର ରାଜ୍ୟ ବିଦ୍ୟୁତ ବିନିୟାମକ ଆୟୋଗ ମନରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ଦର ବଢିବାର ସଙ୍କେତ ମିଳିପାରିବ।

କେବଳ ସେତିକି ନୁହେଁ ବିମାନରେ ଯାତ୍ରା ସମୟରେ ଏବେ ଅଧିକ ଟଙ୍କା ଦେବାକୁ ହେବ। ନିକଟରେ କେନ୍ଦ୍ର ସରକାର ଡୋମେଷ୍ଟିକ୍ ବିମାନ ଭଡାରେ ଲୋୟର ଲିମିଟକୁ ୫ ପ୍ରତିଶତ ବଢାଇବାର ନିଷ୍ପତ୍ତି ନିଆଯାଇଛି। ଏବେ ୧ ଅପ୍ରେଲରୁ ଆଭିଏସନ୍ ସିକ୍ୟୁରିଟି ଫି’ ଅର୍ଥାତ ଏଏସ୍ଏଫ୍ ମଧ୍ୟ ବଢିବାକୁ ଯାଉଛି। ୧ ଅପ୍ରେଲରୁ ଡୋମେଷ୍ଟିକ ବିମାନ ପାଇଁ ଆଭିଏସନ୍ ସିକ୍ୟୁରିଟି ୨୦୦ ଟଙ୍କାର ହେବ। ଏବେ ୧୬୦ ତାହା ୧୬୦ ଟଙ୍କା ରହିଛି। ଇଣ୍ଟରନ୍ୟାସନାଲ ବିମାନର କଥା ହେବା ଯଦି ତେବେ ଏଥିପାଇଁ ଶୁଳ୍କ ୫.୨ ଡଲାରୁ ବଢି ୧୨ ଡଲାର ହୋଇଯିବ। ଟିଭି ଦାମ୍ ୨୦୦୦ ରୁ ୩୦୦୦ ଟଙ୍କା ବଢିପାରେ। ସେଭଳି ଏୟାର କଣ୍ଡିସନର ୧୫୦୦ ରୁ ୨୦୦ ଟଙ୍କା ବଢିପାରେ। କାର୍ କିଣିବାକୁ ଚାହୁଁଥିଲେ ବି ଏହାର ଦାମ୍ ମଧ୍ୟ ବଢିବାକୁ ଯାଉଛି। ନିଶାନ୍, ଡାଟସନ୍ ଓ ରେନଲ୍ଟ ଆଦି କାରର ଦାମ୍ ମଧ୍ୟ ବଢିବ।

Spread the love