ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଓ ୧୪୪ ଧାରାକୁ କଡ଼ାକଡ଼ି ଭାବେ ଲାଗୁ ହେବ

ଭୁବନେଶ୍ୱର : ଆଜିଠାରୁ ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଥିବା ବେଳେ ଯାଂଚ କଡାକଡି କରିବାକୁ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଓ ୧୪୪ ଧାରା ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ନାଇଟ କର୍ଫ୍ୟୁ ଓ ୧୪୪ ଧାରାକୁ କଡ଼ାକଡ଼ି ଭାବେ ଲାଗୁ ହେବ । କେବଳ ଅତ୍ୟାବଶ୍ୟକ ସେବା ଯଥା ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଯା’ଆସ ପାଇଁ ଅନୁମତି ମିଳିବ । ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ । ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ମିଳିବ । ଜରୁରୀ ସ୍ଥିତିରେ ମେଡିକାଲ ଯିବାର ଥିଲେ ତତ୍ ସମ୍ବନ୍ଧୀୟ କାଗଜପତ୍ର ଦେଖାଇବାକୁ ପଡିବ ।

ଭୁବନେଶ୍ୱରରେ ୨୫ଟି ସ୍ଥାନରେ ବ୍ଲକିଂ ପଏଂଟ କରାଯାଇଛି । ଏହା ବ୍ୟତୀତ ପିସିଆର୍ ଗାଡ଼ି, ପାଟ୍ରୋଲିଂ ଗାଡ଼ି ଓ କର୍ଫ୍ୟୁ ଏନ୍‌ଫୋର୍ସମେଂଟ ଗାଡ଼ି ମୁତୟନ କରାଯାଇଛି । ନାଇଟ୍ କର୍ଫ୍ୟୁ ସମୟରେ ସବୁ ସିନିୟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରରକୁ ୩ଟି ଜୋନରେ ବିଭକ୍ତ କରାଯାଇ ୩ ଜଣ ଡିଏସ୍‌ପି ପାହ୍ୟା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ରାତି ୮ଟାରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ଆରମ୍ଭ କରିବାକୁ ଡିସିପି ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ରାତି ୯ଟା ସୁଦ୍ଧା ସମସ୍ତେ ନିଜେ ଘରେ ସୁରକ୍ଷିତ ଭାବେ ପହଂଚି ପାରିବେ ।

Spread the love