ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ୱାଶିଂଟନ: ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତାର ୭୫ତମ ଦିବସ ଧୂମଧାମରେ ପାଳନ କରାଯିବ । ଏହି ଅବସରରେ ଟାଇମ ସ୍କୋୟାରରେ ଭାରତର ସବୁଠାରୁ ବଡ ଜାତୀୟ ପତାକା ଉଡାଯିବ । ଆମେରିକାରେ ଫେଡେରେଶନ ଅଫ ଇଣ୍ଡିଆ ଆସୋସିଏଶନ ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ପତାକା ଉଡାଯିବା ସହ ସାରା ଦିନ କାର୍ଯକ୍ରମ ଆୟୋଜିତ ହେବ ।

ଏଠାରେ ବିଲବୋର୍ଡରେ ୨୪ ଘଂଟା ପାଇଁ ଭାରତୀୟ ଦିବସ ପ୍ରଦର୍ଷିତ କରାଯିବ । ଏମ୍ପାୟର ଷ୍ଟେଟ ବିଲ୍ଡିଂକୁ ତ୍ରିରଙ୍ଗାରେ ଆଲୋକିତ କରାଯିବ । ୨୫ ଫୁଟ ଖମ୍ବରେ ୬ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡା ଆକାରରର ପତାକା ଉଡାଯିବ ।

Spread the love