ଗଞ୍ଜାମ ଜିଲ୍ଲାର ଦୁଇ ବ୍ଲକ୍ ଓ ୪ ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍ ଓ ୪ଟି ପଚାଂୟତକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପଚାଂୟତ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଭଲ ପ୍ରଦର୍ଶନ କରି ଜିଲ୍ଲାର ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଦୁଇଟି ବ୍ଲକ୍ ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକ ଏବଂ ୪ଟି ପଚାଂୟତ ବଡ଼ଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡା ଓ ବଡ଼ବୋରସିଙ୍ଗି ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାରରେ ସମ୍ମାନିତ କରାଯାଇଛି । ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକକୁ ଦିନଦୟାଲ ଉପାଧ୍ୟାୟ ପଚାଂୟତ ସଶକ୍ତିକରଣ ପୁରସ୍କାର ବଡ଼ଖଣ୍ଡି ଓ ରାମଚନ୍ଦ୍ରପୁର ପଚାଂୟତକୁ ମଧ୍ୟ ଏହି ପୁରସ୍କାର ମିଳିଛି । ଆଡ଼ପଡା ପଚାଂୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର -୨୦୨୧ ମିଳିଛି । ସେହିପରି ବଡ଼ବୋରସିଙ୍ଗି ଗ୍ରାମ ପଚାଂୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପଚାଂୟତ – ୨୦୨୧ ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲା ଡିଆରଡିଏ ପିଡି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

Spread the love