ନାସାର ଜ୍ୟୋର୍ତିବିଜ୍ଞାନୀମାନେ ଦର୍ଶାଇଛନ୍ତି ଯେ, ମହାକାଶରେ ବଡ ପରିମାଣରେ ସୁନାମୀ ଭଳି ସଂରଚନା ହୋଇପାରେ

ନୂଆଦିଲ୍ଲୀ: ପୃଥିବୀରେ ଝଡ, ଭୂକମ୍ପ, ଜ୍ବାଳାମୁଖୀ ଭଳି ବହୁ ବିନାଶକାରୀ ଘଟଣା ଘଟିଥାଏ। ଏଥିରେ ଭୂକମ୍ପ କାରଣରୁ ମହାସାଗରରେ ଆସିଥିବା ସୁନାମୀ ମଧ୍ୟ ଖୁବ୍ ପ୍ରଳୟଙ୍କାରୀ ହୋଇଥାଏ। କିନ୍ତୁ କ’ଣ ଏଭଳି ଘଟଣା ମହାକାଶରେ ହୋଇଥାଏ। ଆମର ବ୍ରହ୍ମାଣ୍ଡରେ ଏଭଳି ବହୁ ଅଦ୍ଭୁତ ଘଟଣା ଭରି ପଡିଛି, ଯାହାକି ଦେଖିବାରେ ପୃଥିବୀରେ ହେବାକୁ ଥିବା ଘଟଣା ପରି ଲାଗିପାରେ। ଆମର ବୈଜ୍ଞାନିକମାନେ ନିକଟରେ ଏଭଳି ଘଟଣାର ସମ୍ଭାବନା ଦେଖାଇଛନ୍ତି, ଯାହାକି ସୁପରମାସିଭ୍ ବ୍ଳାକ ହୋଲ୍‌ରୁ ସୃଷ୍ଟି ହୋଇଥାଏ। ଏହାର ଫଟୋ ନାସାର ପକ୍ଷରୁ ଜାରି କରାଯାଇଛି।


ନାସାର ଜ୍ୟୋର୍ତିବିଜ୍ଞାନୀମାନେ କମ୍ପ୍ୟୁଟର ସିମ୍ୟୁଲେସନ୍ (Computer Simulation) ଜରିଆରେ ଏହା ଦର୍ଶାଇଛନ୍ତି ଯେ, ମହାକାଶରେ ବଡ ପରିମାଣରେ ସୁନାମୀ ଭଳି ସଂରଚନା ହୋଇପାରେ। ଏଭଳି ସରଞ୍ଚନା ସୁପରମାସିଭ ବ୍ଲାକହୋଲ୍ର ଗୁରୁତ୍ବାକର୍ଷଣରୁ ରକ୍ଷା ପାଇଁ ସେଥିରୁ ବାହାରୁଥିବା ଗ୍ୟାସ୍ (Escaping Gases) ରୁ ତିଆରି ହୋଇପାରେ। ବାସ୍ତବରେ ସୁପରମାସିଭ୍ ବ୍ଲାକହୋଲର ବାତାବରଣ ବ୍ରହ୍ମାଣ୍ଡର ବିଶାଳତମ ସୁନାମୀ ସରଞ୍ଚନା ସୃଷ୍ଟି ହୋଇପାରେ। ହୋଇଥିବା ଏହି ଅଧ୍ୟୟନ ଆଷ୍ଟେ୍ରାଫିଜିକାଲ ଜର୍ନାଲରେ ପ୍ରକାଶିତ ହୋଇଛି।

ନେଭେଦାରେ ଲସ୍ ବେଗାସ୍ ୟୁନିଭର୍ସିଟିର ଜ୍ୟୋର୍ତିବିଜ୍ଞାନୀ ଡାନିଏଲ ପ୍ରୋଗା କହିଛନ୍ତି, ପୃଥିବୀ ଉପରେ ଘଟୁଥିବା ଘଟଣାକୁ ସଞ୍ଚାଳିତ କରୁଥିବା ନିମୟ ଭୌତିକ ନିୟମ, ଯାହାକି ବାହ୍ୟ ମହାକାରୁ ନେଇ ବ୍ଲାକହୋଲ୍ ପର୍ଯ୍ୟନ୍ତ ବାଖ୍ୟା କରିପାରେ। ବ୍ଲାକହୋଳ ନିଜ ଭିତରେ କୁବ୍ ରହସ୍ୟମହ ପିଣ୍ଡ ହୋଇଥାଏ। କିନ୍ତୁ ପ୍ରୋଗାଙ୍କ ଭଳି ସିଦ୍ଧାନ୍ତିକ ​ ଜ୍ୟୋର୍ତିବିଜ୍ଞାନୀଙ୍କ ପାଇଁ ଏହାଠାରୁ ଅଧିକ କଷ୍ଟକର ହେଉଛି ସେହି ଗଣିତ ସମୀକରଣକୁ ସମାଓାନ କରିବା, ଯାହାକି ବହୁ ପ୍ରକାଶବର୍ଷ ଦୂରରେ ଥିବା ବ୍ଲାକହୋଲ୍‌ର ବାତାବରଣକୁ ପରିଚାଳିତ କରିଥାଏ।

Spread the love