ମା’ ହିଙ୍ଗୁଳାଙ୍କ ଯାତ୍ରା ଆଜି

ତାଳଚେର : ଅନୁଗୁଳ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଯାତ୍ରା ଆଜି । କୋଭିଡ କଟକଣା ଯୋଗୁଁ ଏଥର ମା ହିଙ୍ଗୁଳା ଯାତ୍ରାକୁ ଭକ୍ତଂକୁ ବାରଣ ହୋଇଛି । ଉଭାସ୍ଥଳୀ ଏବଂ ମନ୍ଦିର ଚାରିପାର୍ଶ୍ଵରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ। କେବଳ ସୀମିତ ଲୋକଙ୍କୁ ନେଇ ଔପଚାରିକତା ଦୃଷ୍ଟିରୁ ମାଆଙ୍କ ହେବ ନୀତିକାନ୍ତି।

ଚଳିତବର୍ଷ ମା ମନ୍ଦିରରେ ପଶ୍ଚିମ ପାର୍ଶ୍ଵ ଗୋପାଳପ୍ରସାଦ ହାଇସ୍କୁଲ ପଛପାଖରେ ଅଗ୍ନି ରୂପରେ ଦର୍ଶନ ଦେଇଛନ୍ତି। ଆଜିଠାରୁ ନବଦିନ ବ୍ୟାପି ମାଆଙ୍କର ଯାତ୍ରା ଆରମ୍ଭ ହୋଇଛି। କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଯାତ୍ରା ସ୍ଥଳ ଏବଂ ମନ୍ଦିରରେ ଚାରିପାର୍ଶ୍ଵରେ ୧୪୪ ଧାରା ଲାଗୁ କରାଯାଇଛି। ସମସ୍ତ ଭକ୍ତଂକୁ ଏଥର ପୂଜାସ୍ଥଳ ଏବଂ ମନ୍ଦିରକୁ ଯିବା ବାରଣ କରାଯାଇଛି। କେବଳ ଔପଚାରିକତା ଦୃଷ୍ଟିରୁ ସୀମିତ ଲୋକଙ୍କ ମଧ୍ୟରେ ପୂଜାବିଧି ପାଳନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Spread the love