କରୋନା ସଂକ୍ରମଣ ବଢ଼ୁଥିବାରୁ ମେ ୧୫ ଯାଏଁ ବନ୍ଦ ରହିବ କୀର୍ତିରାଜି ଓ ସଂଗ୍ରାହାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିବାରୁ ମେ’ ୧୫ ଯାଏ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କୀର୍ତିରାଜି ଓ ସଂଗ୍ରାହାଳୟକୁ ବନ୍ଦ ଘୋଷଣା କରାଯାଇଛି । ଗୁରୁବାର ଦିନ ଏଏସ୍‌ଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏ ସମ୍ପର୍କରେ ଘୋଷଣା କରାଯାଇଛି ।

ଏଏସ୍‌ଆଇର ଏପରି ଘୋଷଣା ଯୋଗୁ ରାଜ୍ୟରେ ଥିବା ସବୁ କୀର୍ତିରାଜିସ୍ଥଳୀ ମଧ୍ୟ ବନ୍ଦ ହେବ । ଏଏସ୍‌ଆଇ ଦ୍ୱାରା ପରିଚାଳିତ ସବୁ କୀର୍ତିରାଜିସ୍ଥଳୀ ୧୫ ତାରିଖ ଯାଏ ଖୋଲିବ ନାହିଁ । କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ଆରମ୍ଭ କରି ରାଜାରାଣୀ ମନ୍ଦିର ଏଏସ୍‌ଆଇ ଅଧୀନରେ ଥିବାରୁ ଏଗୁଡ଼ିକ ବନ୍ଦ ରହିବ । ତତ୍କାଳ ଭାବେ ଏହାକୁ ଲାଗୁ କରିବାକୁ ଏଏସ୍‌ଆଇ ତା’ ବିଜ୍ଞପ୍ତିରେ କହିଛି । ଗତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ଦେଶର ସମସ୍ତ କୀର୍ତିରାଜି ଓ ମ୍ୟୁଜିୟମକୁ ବନ୍ଦ ଘୋଷଣା କରାଯାଇଥିଲା ।

Spread the love