କରୋନା ସଂକ୍ରମିତ ହେଲେ ମୋହନ ଭାଗବତ

ନାଗପୁର :ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍ )ର ମୁଖ୍ୟ ମୋହନ ଭାଗବତଙ୍କୁ କରୋନା । ମୋହନ ଭାଗବତ କରୋନା ସଂକ୍ରମିତ ଚିହ୍ନଟ ହେବ ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଥିବା ସ୍ୱତନ୍ତ୍ର କୋଭିଡ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ମୋହନ ଭାଗବତ ସଂକ୍ରମିତ ହୋଇଥିବା ନେଇ ସଂଘର ଜଣେ ପଦାଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ପକ୍ଷରୁ ସୂଚନା ଦେଇଥିଲେ ।

Spread the love