ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ତିନୋଟି ମାମଲାରେ ପ୍ରଦୀପଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ତିନୋଟି ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ଜମା କରିବା ପରେ ଜାମିନ୍ ପାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଟ୍ରାଏଲ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରମାଣ କରିବାରେ ବିଫଳ ହୁଅନ୍ତି ତେବେ ରାୟର ସପ୍ତାହକ ମଧ୍ୟରେ ଟଙ୍କା ଫେରାଇ ଦିଆଯିବ । ଏଥିସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତରେ ନିର୍ଦ୍ଧାରିତ ରହିଛି । ଦୁଇଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ସର୍ତ୍ତ ପୂରଣ କରିବାରେ ସକ୍ଷମ ହେଲେ ତାଙ୍କୁ ଜାମିନ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ବିଧାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି । ତାଙ୍କୁ ଏବେ ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଜାମିନ ମିଳିଛି। ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ କହିଛନ୍ତି । ଏହାସହ କୌଣସି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ବିବୃତ୍ତି ନଦେବାକୁ ମଧ୍ୟ ହାଇକୋର୍ଟ ତାଗିଦ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଦୀପ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଛନ୍ତି । ସୂଚନା ଯେ, ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ କରିଥିବା ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଞ୍ଚ ବିଭାଗ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଥିଲା ।

Spread the love