ଆସନ୍ତା ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ସଫଳତା ପାଇବା ପରେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍ ମେ’ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜୟ ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଶପଥ ଗ୍ରହଣ ସମାରୋହର ତାରିଖ ଘୋଷଣା କରିବେ ଏବଂ ନିର୍ବାଚନ ପ୍ରତିଶ୍ରୁତିକୁ ଧିରେ ଧିରେ ପୂରଣ କରିବେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଧ୍ୟ ଷ୍ଟାଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ ଏମ କେ ଷ୍ଟାଲିନ୍ ଏବଂ ଡିଏମକେକୁ ଅଭିନନ୍ଦନ । ଜାତୀୟ ପ୍ରଗତିକୁ ଆଗକୁ ନେବା, ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବା ଏବଂ କୋଭିଡ୍-୧୯ ମହାମାରୀକୁ ପରାସ୍ତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବା । ଷ୍ଟାଲିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ମେଣ୍ଟକୁ ନିର୍ବାଚନରେ ​​ଜିତାଇ ଥିବାରୁ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଆମେ ଧୀରେ ଧୀରେ ଆମ ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବୁ । ସେ କହିଛନ୍ତି ଯେ, ସମସ୍ତ ଜାତୀୟ ନେତାଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ।ମୁଁ ସେମାନଙ୍କ ପରାମର୍ଶକୁ ଧ୍ୟାନରେ ରଖି କାମ କରିବି ।

Spread the love