ବିହାରର ପୂର୍ବତନ ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ

ପାଟଣା : ବିହାରର ପାଟଣାରେ ଜେଡିୟୁ ବିଧାୟକ ଏବଂ ପୂର୍ବତନ ଶିକ୍ଷା ମନ୍ତ୍ରୀ ଡାକ୍ତର ମେୱାଲାଲ ଚୌଧୁରୀଙ୍କ ପରଲୋକ । ସେ ଗତ ୩ ଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ସ୍ଥାନୀୟ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ମେୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ଜେଡିୟୁ ବିଧାୟକ ଥିଲେ ।

ସୂଚନା ଯେ, ଦେଶରେ କରୋନା ୨ୟ ଲହରରେ ସାଂଘାତିକ ହେବାରେ ଲାଗିଛି । ସମଗ୍ର ଦେଶ ସମେତ ବିହାରରେ ମଧ୍ୟ କିଛି ଦିନ ହେବ କରୋନା ସଂକମ୍ରିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରତିଦିନ କରୋନାର ନୂଆ ନୂଆ ରେକର୍ଡ ବାହାରୁଛି । ରାଜ୍ୟରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବାରୁ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

Spread the love