ଜଳପଥ ଦେଇ ଓଡ଼ିଶା ଆସିପାରନ୍ତି ପ୍ରବାସୀ, ସୁରକ୍ଷା ବଢିଲା

ଭୁବନେଶ୍ୱର : ଜଳପଥ ଦେଇ ପ୍ରବାସୀ ଓଡ଼ିଶା ଆସିବାର ସମ୍ଭାବନା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ସମୁଦ୍ର ତଟ ସୁରକ୍ଷା ବଳ ।

ରେଲୱେ ଓ କୋଷ୍ଟ ଗାର୍ଡ ସିକୁରୀଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି ଯେ ୧୮ ଟି ମେରାଇନ ଷ୍ଟେସନ ରେ ଚେକିଂ ଚାଲିଛି । ଫିଶ ଲାଣ୍ଡିଂ ଷ୍ଟେସନ ରେ ସୁରକ୍ଷା ବଢ଼େଇ ଦିଆଯାଇଛି । ମେରାଇନ ଷ୍ଟେସନରେ ପେଟ୍ରୋଲିଂ ଚାଲୁଛି ଏବଂ ସବୁ ବୋଟରେ ଚେକିଂ କରାଯାଉଛି । ପ୍ରତ୍ୟେକ ଥାନାରେ ସାଗର ରକ୍ଷକ ଦଳ ଆମକୁ ବାହାରୁ ଜଳପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି । ରାତିରେ ମଟର ସାଇକେଲରେ ପେଟ୍ରୋଲିଂ ଚାଲୁଛି । କୋଷ୍ଟାଲ ଏରିଆରେ ଜୋରଦାର ଚେକିଂ ଚାଲିଛି । ବାହାରୁ କୌଣସି ବୋଟ ଆସିପାରିବ ନାହିଁ । ଯଦି କୌଣସି ବୋଟ ନିୟମ ନମାନି ନିୟମ ଭାଙ୍ଗେ ତାହାଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ବାହାରୁ ଆସିଥିବା ବୋଟ କୁ ସିଜ କରାଯିବ । ଆସିଥିବା ଲୋକଙ୍କ ସମ୍ପର୍କରେ ଖବର ଦିଆଯାଇ ସେମାନଙ୍କୁ କ୍ୱାରେଂଟାଇନରେ ରଖାଯିବ ବୋଲି ସେ କହିଛନ୍ତି ।

Spread the love