ମାତା ସୀତାଙ୍କ ଭୂମିକା ରେ ଅଭିନୟ କରିବା ପାଇଁ କରୀନା ମାଗିଲେ ୧୨ କୋଟି।

ମୁମ୍ବାଇ :ଦୁଇ ଛୁଆଙ୍କ ମା’ ହେବା ପରେ ବି’ ଟାଉନରେ ବେବୋଙ୍କ କ୍ରେଜ୍‌ କମିନାହିଁ । ଏବେ ତାଙ୍କ ନିକଟରେ ନିର୍ଦ୍ଦେଶକଙ୍କ ଲାଇନ ଲାଗୁଛି । ଆଉ ଆକାଶଛୁଆଁ ଡିମାଣ୍ଡ କରୁଛନ୍ତି ବେବୋ । ଫିଲ୍ମ ‘ସୀତା’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ଲାଗି କରୀନ କପୁରଙ୍କୁ ଅଫର ମିଳିଛି । ସେଥିପାଇଁ ସେ ଡିମାଣ୍ଡ କରିଛନ୍ତି ୧୨ କୋଟି ଟଙ୍କା । ଅଲୌକିକ ଦେଶାଇ ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଏହା ‘ରାମାୟଣ’ ଆଧାରରେ ନିର୍ମାଣ ହେବ ବୋଲି ଜଣାପଡିଛି । ଏଥିରେ ଦେବୀ ସୀତାଙ୍କ ଭୂମିକାକୁ ବିଶେଷ ଭାବେ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ଜଣାପଡିଛି । ବେବୋ ସାଧାରଣତଃ ଗୋଟିଏ ଫିଲ୍ମ ଲାଗି ୬ରୁ ୮ କୋଟି ଦାବି କରନ୍ତି । କିନ୍ତୁ ‘ସୀତା’ ଫିଲ୍ମ ଲାଗି ଅଧିକ ସମୟ ଦେବାକୁ ପଡିବ ବୋଲି ସେ ୧୨ କୋଟି ଟଙ୍କା ଦାବି କରିଥିବା କୁହାଯାଉଛି ।

Spread the love
123