ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । କାଳିକା ବସ୍ତିରୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଉଭୟ ପକ୍ଷରୁ ଗ୍ୟାଙ୍ଗୱାରରେ ସମ୍ପୃକ୍ତ ୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏମାନଙ୍କୁ ଗିରଫ କରିବାକୁ ପୋଲିସ କମିଶନରଙ୍କୁ ସୁପାରିଶ କରିବ କ୍ୟାପିଟାଲ ଥାନା ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ରାଜଧାନୀର ଛାତି ଉପରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା । ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଦୁଇ ଜଣଙ୍କୁ ହାଣିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଆହତଙ୍କୁ ୨ ଜଣ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି ହୋଇଥିବା ବେଳେ, ୨ ଜଣଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଗୁରୁତର ହେଲେ ସେକ୍ ରୁହଲାନି, ଶେଖ ସାହିଦ, ଏମାନେ ଖାରବେଳ ନଗର ମସଜିଦ କଲୋନୀର। ଏମାନେ ସମସ୍ତେ କବାଡିଆ କାମ କରନ୍ତି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା । ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ରମଣ ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା । ଏପର୍ଯ୍ୟନ୍ତ ଘଟଣାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

Spread the love