କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତଥା କଂଗ୍ରେସର ବରିଷ୍ଠ ନେତା କରୋନା ଆକ୍ରାନ୍ତ ହୋଇ ଏମ୍ସ ଟ୍ରମା ସେଂଟରରେ ଭର୍ତି ହୋଇଛନ୍ତା ସୋମବାର କୋଭିଡ୍ ଟେଷ୍ଟ ସମୟରେ ସେ କୋଭିଡ୍ ପଜିଟିଭ୍ ଅଛନ୍ତି ବୋଲି ଜଣାପଡିଥିଲା ।

କରୋନାରେ ସଂକ୍ରମିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର (ଏମ୍ସ)ରେ ଭର୍ତି କରାଯାଇଛି । ଭର୍ତି ହେବାପରେ ତାଙ୍କର ସ୍ୱସ୍ଥ୍ୟବସ୍ଥା ନେଇ ଏକ ଡାକ୍ତରୀଟିମ୍ ଯାଚଂ କରୁଛନ୍ତି । ତେବେ ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ପଜିଟିଭ୍ ଚିହ୍ନଟହେବା ଚିନ୍ତାର କାରଣ ହୋଇଛି । ଗତକିଛିଦିନ ହେଲା ଦିଲ୍ଲୀରେ ହୁ ହୁ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ମହାରାଷ୍ଟ୍ର ଓ ମୁମ୍ବାଇକୁ ଟପି ଦିଲ୍ଲୀ ଏବେ ସଂକ୍ରମଣ ଚେନ୍‌ରେ ଆଗକୁ ବଢୁଛି । ଏହାରି ଭିତରେ ଦିଲ୍ଲୀରେ ରହୁଥିବା ଅନେକ ବିଶିଷ୍ଟ ନେତା ଓ ମନ୍ତ୍ରୀ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଗତକାଲି ଦେଶର କୋଭିଡ୍ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡ. ସିଂହ କିଛି ଉପଦେଶ ଦେଇଥିଲେ । ଯେଉଁଥିରେ ରାଷ୍ଟ୍ର କିଭଳି କୋଭିଡ୍ ସହ ମୁକାବିଲା କରିବ ସେ ନେଇ ସେ ପରାମର୍ଶ ଦେଇଥିଲେ । ହେଲେ ଆଜି ସକାଳୁ ନିଜେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Spread the love