ମାଲବାହୀ ଟ୍ରେନରୁ ୧୩ଟି ବଗି ଲାଇନଚ୍ୟୁତ

ମାଲବାହୀ ଟ୍ରେନରୁ ୧୩ଟି ବଗି ଲାଇନଚ୍ୟୁତ
ଭଦ୍ରକ: ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୧୩ ଟି ବଗି ଲାଇନଚ୍ୟୁତ ହୋଇଛି।

ଏହି ମାଲବାହୀ ଟ୍ରେନ ଧାମରା ଅଭିମୁଖେ ଯାଉଥିଲା। ଟ୍ରେନର ବଗି ଗୁଡିକ ଖାଲି ରହିଥିଲା। ଭଦ୍ରକ ଚରମ୍ପାସ୍ଥିତ ଧାମରା ରେଳ ଓଭର ବ୍ରିଜ ନିକଟରେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନରେ ମୋଟ ୬୦ ଟି ବଗି ରହିଥିଲା। ସେଥିମଧ୍ୟରୁ ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ କେଉଁ କାରଣରୁ ଟ୍ରେନ ବଗି ଲାଇନଚ୍ୟୁତ ହୋଇଛି ତାହା ଜଣା ପଡି ନାହିଁ। ର୍ତ୍ତମାନ ରେଳବାଇ ର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Spread the love