ମହାନଦୀକୁ ଡେଇଁ ପଡିଲେ ମାନସୀକ ବିକୃତ ବ୍ୟକ୍ତି

କଟକ ୨୬।୦୯: ମହାନଦୀକୁ ଡେଇଁ ପଡିଲେ ମାନସୀକ ବିକୃତ ବ୍ୟକ୍ତି । କଟକ ଶିଖରପୁର ନିକଟ ମହାନଦୀ ବ୍ରିଜରୁ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାନସୀକ ବିକୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି। ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଜଣେ ମାନସିକ ବିକୃତ ବ୍ୟକ୍ତି ହଠାତ୍‌ ମହାନଦୀକୁ ଡେଇଁପଡିଲେ । କିଛି ଲୋକେ ଏହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ବର୍ଷା ଲାଗି ଉଦ୍ଧାର କାର୍ଯ୍ୟ ହୋଇପାରୁନାହିଁ । ତେବେ ସେହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ନଦୀକୁ ଡେଇଁଲେ । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

Spread the love