ଶନିବାର, ରବିବାର ବନ୍ଦ ରହିବ ମୋ ବସ୍

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଶନିବାର ଠାରୁ ଭୁବନେଶ୍ୱର କଟକ ସମେତ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର । ଏହି ସପ୍ତାହାନ୍ତ ଶଟ୍ ଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍ ’ର ନିୟମିତ ସେବା ବନ୍ଦ ରହିବ । ଦି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କ୍ରୁଟ୍ କହିଛି, ସପ୍ତାହାନ୍ତ ଶଟ୍ ଡାଉନ୍ ବେଳେ ମୋ ବସ୍ ର ନିୟମିତ ସେବା ବନ୍ଦ ରହିଲେ ମଧ୍ୟ ରେଲୱେ ଷ୍ଟେସନ୍ ରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ । ରେଲୱେ ଷ୍ଟେସନ୍ ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ ‘ମୋ ବସ୍ ’ । ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଷ୍ଟେସନକୁ ସଟଲ ସେବା ମିଳିବ ।

Spread the love